Unknown

ସମ୍ରାଟ କୀର୍ତ୍ତି

ଶ୍ରୀମାନ୍‌ ଶଙ୍କର ମିଶ୍ର ଶର୍ମ୍ମା

 

 

ରସକୁଳ୍ପା

 

ସଭ୍ୟଦେଶାଗ୍ରଣୀ ଗ୍ରେଟ ବିଟନ

 

ଶକ୍ତିପୁଞ୍ଜେ ଲଭେ ଉଚ୍ଚ ଆସନ

 

ବିକିରଇ ସେହି ବିମଳ ପ୍ରଭା

 

ଅମାପ କୌଶଳ ଖନିଜ ଗର୍ଭା

 

ସଭ୍ୟେଦେଶ କ୍ରେନ୍ଦ୍ରେ ରହି ଯେ

 

ବାଣିଜ୍ୟ ନିୟମ କରେ ନିୟନ୍ତ୍ରିତ ବାଷ୍ପ ଯନ୍ତ୍ର ହୃଦେ ବହି

।୧।

ସ୍ଵାଧୀନତା ଦାନ ଯା ପୁଣ୍ୟ ବ୍ରତ

 

ବିଜ୍ଞାନ ସେବନେ ଯେ ସଦା ରତ

 

ଅସଭ୍ୟ ଜାତିର ତମ ନାଶନ

 

କରିଅଛି ଯେହୁ ଜୀବନେ ପଣ

 

ତେଣୁ ସେହି ରବିତଳେ

 

ସମ କେବା ତାର ଅଛି ଆନବେଶ ଦୟା ଦାକ୍ଷିଣ୍ୟ ଗୁଣରେ

।୨।

ଆସି ଆୟୂରୋପ ଆଫରିକାରେ

 

ପୁଣି ଅଷ୍ଟ୍ରେଲିଆ ଆମେରିକାରେ

 

ହିମାଦ୍ରି ଶିଖରେ ମରୁ ପ୍ରାନ୍ତରେ

 

ବିଜ୍ଞାନ କୌଶଳେ ସଦା ବିଚରେ

 

ସାହାସୀ ବ୍ରିଟନ ବାସୀ ଯେ

 

ଦଳ ଯାର ସାମର, ଗର୍ଭରେ ଖେଳୁଅଛି ଅହର୍ନିଶି ଯେ

।୩।

ସେହି ଦେଶ ଭ୍ରୁଣ ଜର୍ଜ ପଞ୍ଚମ

 

ନ୍ୟାୟେ ଦାଶରଥି ପାଳନେ ରାମ

 

ଦେଶେ ଦେଶ ବୁଲି ମୈତ୍ରୀ ସ୍ଥାପନ

 

କରିଲେ ସ୍ଵରାଜ୍ୟ ଶାନ୍ତି କାରଣ

 

ସେହି ବ୍ରିଟନ ନୃପତି ଯେ

 

ଅସ୍ତମିତ ରବି ନୁହନ୍ତି ଯାରାଜ୍ୟେ ସୁଖତେ ସେହି ପାଳନ୍ତି ଯେ

।୪।

ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆରେ

 

ହୃଦ କାନ୍ଦିଲା ଯା ପ୍ରଜା ଦୁଃଖରେ

 

ମହାଜାତି ସଭା କରି ସ୍ଥାପନ

 

ଅକ୍ଷୟ କୀରତି କଲେ ଅର୍ଜ୍ଜନ

 

ଆମ୍ଭର ସେ ଅଧୀଶାର ଯେ

 

ଆସିଛନ୍ତି ଏବେ ଆମ୍ଭ ପୂଣ୍ୟବଳୁ ଲବୁଛୁ ସୁଖ ପ୍ରଚୁର ଯେ

।୫।

ଆସ ଆସ ଦେବ ଅଗତି ଗତି

 

ଦରିଦ୍ର ଭାରତ ହୃଦ ସମ୍ପତ୍ତି

 

ଚାହିଁ ଅଛୁ ତବ ଶୁଭାଗମାନେ

 

ପୂଜିବୁ ତୁମ୍ଭଙ୍କୁ ଭକ୍ତି ସୁମନେ

 

ମନ ପ୍ରାଣ ଢାଳିଦେଇ ଯେ

 

ରଙ୍କବି ପାଇବ ଅମୂଲ୍ୟନିଧିକୁ ରହିଛୁ ଉତ୍‍ଫୁଲେ ଚାହିଁ ଯେ

।୬।

ହୋଇବ ଆମ୍ଭର ନେତ୍ର ପବିତ୍ର

 

ସତୃଷ୍ଣ ନୟନେ ଦେଖିବୁ ଗାତ୍ର

 

ଜାତ ହେବୁ ତୁମ୍ଭ ପଦ ତଳରେ

 

ତୁମ୍ଭ ଦୟାସ୍ମରି ଆନନ୍ଦ ଭରେ

 

ତବୁ ଏ ଆଶା ପୋଷଣ ଯେଣ,

 

ଆସନୁହେ ଧର୍ମ୍ମ ମୂର୍ତ୍ତି ଦୀନ ପ୍ରାଣ ଘେନି ଶୁଭ ନିମନ୍ତ୍ରଣ

।୭।

ଇତିହାସ ଖ୍ୟାତ ଦିଲ୍ଲୀ ନଗର

 

ଚିର ରାଜଧାନୀ ଆର୍ଯ୍ୟାବର୍ତ୍ତର

 

ତୋରଣ ପତକା ଶ୍ରେଣୀ ଶୋଭିତ

 

ବିଦ୍ୟୁତ ଆଲୋକ ତହିଁ ଲମ୍ବିତ

 

ଦେଖ ସେ ସଭା ସଦନ ଯେ

 

ଶୋଭା ଅବା ଠୁଳ ହୋଇଅଛି କି ବିଶ୍ଵକର୍ମା ସର୍ଜ୍ଜନଯେ

।୮।

ମଧ୍ୟେ ବିରାଜିତ ସଭା ମଣ୍ଡପ

 

ନାନାରତ୍ନେ ଧରି ଶିତି କଳାପ

 

ଶିଳ୍ପର ଚାତୁରୀ ପସରା କିବା

 

ଝଟକୁଛି ବିଦ୍ୟୁତ୍ସମ ଯା ଶୋଭା

 

ସନ୍ଧ୍ୟାଖ ଗୌରବ ଜିଣି ଯେ

 

ତହିଁ ମଧ୍ୟାସୀନ ଭାରତ ସମ୍ରାଟ ମେରି ମହାରାଜ୍ଞୀ ଘେନି ଯେ

।୯।

ସ୍ଵଦେଶ ଗରବ ନୃପତି ଶ୍ରେଣୀ

 

ଶରୀର ରକ୍ଷକ ପଦେ ଅଗ୍ରଣୀ

 

ବହୁ ନୃପମିଳି ନାନା ଦେଶର

 

ଠୁଳ କରିଛନ୍ତି ନାନା ସମ୍ଭାର

 

ପୂଜନ୍ତି ରାଜ ଦମ୍ପତି ଯେ

 

ନାନା ଉପହାର ଅର୍ପଣ କରନ୍ତୁ ବହୁ ଉତ୍ସବରେ ମାନିଯେ

।୧୦।

ମହରାଷ୍ଟ୍ର ଶ୍ରେଷ୍ଠ ସିନ୍ଧିଆ ନୃପ

 

ବରୋଦା ନୃମଣି ଇନ୍ଦୋର ଭୁପ

 

ଦାକ୍ଷିଣାତ୍ୟେଶ୍ଵର ଯବନ ରାଜ

 

ଉଦେପୁରପତି ରବି ବଂଶଜ

 

କାଶ୍ମୀର ନେପାଳ ଆଜ ଯେ

 

ବୁଟାନ କାବେରୀ – ମେଖଳ ପ୍ରମୁଖ ବଦନ୍ତି ବ୍ରିଟିଶ ରାଜଯେ

।୧୧।

ଉତ୍ସବ ସ୍ମାରକ ଶୁଭାନୁଷ୍ଠାନ

 

ବିଦ୍ୟାଳୟ ନାନା- ଶ୍ରମ ସ୍ଥାପନ

 

ଦେବାଳୟ ଶୁଭେ ଶୁଭ ସଙ୍ଗୀତ

 

ଆନନ୍ଦ ଉତ୍ସବେ ଦେଶ ପୂରିତ

 

ଜର୍ଜ୍ଜ ମେରୀଙ୍କର ଜୟ ଯେ

 

ଗାନ ଉଠୁଅଛି କୋଟିକଣ୍ଠୁ ଆଜ ଅପୂର୍ବ ସୁଖ ଉଦୟ

।୧୨।

ପ୍ରତିଧ୍ଵନି ଛଳେ ଗାଏ ଦେଉଳ

 

କନ୍ଦରେ କନ୍ଦରେ ଉଠେ ସେ

 

ନଦୀ ସରିତ୍‍ ପତି ଲହରୀ ତାଳେ

 

ପଶୁପକ୍ଷୀ ଗାଏ ବସି ନିରୋଳେ

 

ବାୟୁ ବହୁଛି ସନ୍ଦେଶ ଯେ

 

ସମ୍ରାଟ ସମ୍ରାଜ୍ଞୀ ଶୁଭ ଆଗମନେ ଭାରତ ଭାଗ୍ୟ ବିଶେଷ ଯେ

।୧୩।

ମର୍ହଟି ବଙ୍ଗାଳୀ ତେଲୁପଞ୍ଜାବି

 

ହିନ୍ଦୁସ୍ଥାନୀ ଶିଖ ଉଢ୍ର ମାଲବି

 

ହିନ୍ଦୁ ମୁସଲମାନ ବ୍ରହ୍ମ ଚଇନ

 

ସମଗ୍ର ଭାରତ ସନ୍ତାନଗଣ

 

ଭକ୍ତିଭାବେ ସର୍ବେ ମିଶି

 

ବନ୍ଦନ୍ତି ସମ୍ରାଟେ ଦୁଃଖଫେଡ଼ିବାକୁ ହୃଦେ ମହା ଆଶା ପୋଷି

।୧୪।

ଭୁଞ୍ଜୁଛୁ ଶାନ୍ତି ସୁଖ ଦିବା ନିଶି

 

ନ୍ୟାୟ ଏକାତ- ପତ୍ରତଳେ ବସି

 

ଶିକ୍ଷା ଦିକ୍ଷା ଅବା ସଭ୍ୟତା ଯାହା

 

ବ୍ରିଟିଶ ଗୌରବ ଭାରତେ ତାହା

 

ହୋଇ କୃତଜ୍ଞତା ପାଶେ

 

ବୁଦ୍ଧ କ୍ଷୁଦ୍ର ଶକ୍ତିକି ଦେଇ ପୂଜିବୁ ଆମ୍ଭର ପ୍ରଭୁଙ୍କ ପାଶେ ଯେ

।୧୫।

ଆମ୍ଭ ମାତାଙ୍କର ମାତା ଭାରତ

 

ସର୍ବ ପ୍ରକୃତି ବୈଚିତ୍ର ଶୋଭିତ

 

ନୈସର୍ଗ ପ୍ରାଚୀର ଆବରଣରେ

 

ଜ୍ଞାନେ ଦିପ୍ତଥିଲା ପୂର୍ବ କାଳରେ

 

ଶସ୍ୟ ନାନାରତ୍ନେ ଦେଇ

 

ସ୍ଵର୍ଣ୍ଣପ୍ରସୂ ଭୂମି ଆଖ୍ୟା ପାଇଅଛି ସଂସାରେ ଅଧିକ କାହିଁ

।୧୬।

ସର୍ବଧର୍ମ୍ମ ସମ–ନ୍ଵୟ ଭବନ

 

ଜ୍ଞାନ ବିଜ୍ଞାନ ତତ୍ଵାର୍ଥ ଦର୍ଶନ

 

ଶ୍ରୁତି ସହିତା ବିଖ୍ୟାତ ଭୂତଳେ

 

ଆର୍ଯ୍ୟ ଋଷିଗଣ ଯୋଗର ବଳେ

 

ଆତ୍ମା ମନ ସୁସଂଯତ ଯେ

 

ଦିବ୍ୟ ନେତ୍ରେକାଳେ ଦେଖୁଥିଲେ ବସି ସଂସାରିକ ଆଦଛୁତଯେ

।୧୭।

ବିଜ ଗଣିତ ଚରକ ସୁଶ୍ରୁତ

 

ରାଜନୀତି ଧର୍ମ୍ମ ନୀତି ବହୁତ ଯେ

 

ଜ୍ୟାମିତି ଜ୍ୟୋତିଷ କଳା କୌଶଳ

 

ଥିଲା ମାତାଙ୍କର ବହୁ ସମ୍ବଳ

 

ଦୂରଦୃଷ୍ଟି ବଂଶୁ ସିନା ସେ

 

ବିବେକ ଦର୍ଶିତ ପଥେ ଚଳିବାକୁ ନ କଲା କେବେ କାମନା

।୧୮।

ବିଧି କୃପାବଶେ ବ୍ରିଟିଶ ପତି

 

ଉଧରି ରଖିଲେ ପୂର୍ବ କୀରତି

 

ସାମ୍ୟନ୍ୟାୟ ଧର୍ମ କଲେ ପ୍ରଚାର

 

ଏଅଟେ ମହତ ଜନ ବେଭାର

 

ଲଭିଛି ମାତା ଆଶ୍ଵାସ ଯେ

 

ତାହାର ବିଶାଦ ଦୂର କରିବାକୁ ବ୍ରିଟନେ କରି ବିଶ୍ଵାସ ଯେ

।୧୯।

ଭିକ୍ଟୋରିୟା ରାଜା ପ୍ରମାତାମହୀ

 

ଦୟାର ଆଧାର ଥିଲେଟି ସେହି

 

ସାଧ୍ଵୀ ପ୍ରତିବତା ମୁକୁଟ ମଣି

 

ଭାରତ ହୃଦୟ ପଦ୍ମବାସିନୀ

 

ଦେଲେଯେ ଅମୂଲ୍ୟ ଧନ

 

ଯାବତ ଭାରତ ଥିବ ଧରାଧାମେ କରିବ ଯଶ କୀର୍ତ୍ତନ

।୨୦।

ନାନାଶିଳ୍ପ ହେଲା ଦେଶେ ପ୍ରଚାର

 

ଖୋଲି ଦେଲେ ପୃଥ୍ଵୀ ଜ୍ଞାନ ଭଣ୍ଡାର

 

ଅଜ୍ଞାନ କାଳିମା ଗଲାକ ଛାଡ଼ି

 

ନବଜ୍ଞାନ ନବ ଶକ୍ତି ପ୍ରସାରି

 

ସଂକୀର୍ଣ୍ଣ ଭେଦ ଉଠାଇ

 

ଏକ ମହାଜାତି ଗଠନ କରିଲେ ହୃଦେ ମହୀ ଦୟାବହି

।୨୧।

ଲୌହବର୍ତ୍ତୁ ପଥ ପୟଃ ପ୍ରଣାଳୀ

 

ଦୁର୍ଭିକ୍ଷର ବାଧା ଦେଲାକ ଦଳି

 

ହେଉଛି ଭ୍ରତୃରେ ଶୁଭ ମିଳନ

 

ବିପଦ ସମୟେ ଶାନ୍ତି ରକ୍ଷଣ

 

ନାନାଜ୍ଞାନ ପଥ ଖୋଲି

 

ବିଦ୍ୟୁତ ହୋଇଛି ସମ୍ବାଦ ବାହିକା ସୁଦିନ ଆସିଲା ଠେଲି

।୨୨।

ବିଦ୍ୟାଳୟ ସ୍ଥାପି ନାନା ସ୍ଥାନରେ

 

ଶିଖାଇଲେ ଜ୍ଞାନ ଆଙ୍ଗ୍ଳୁ ଭାଷାରେ

 

ଭାରତେ ଅଛନ୍ତି ଯେ ନାନାଜାତି

 

ଭାବୁଛନ୍ତି ଏହା ଦେଶ ସମ୍ପତି

 

ଭକ୍ତିରତ୍ନ ମାଳାଦେଇ

 

ପୂଜନ୍ତି ବ୍ରିଟିଶ ପତି ସମାରୋହେ ହୃଦୟେ କି ମୁଦବହି

।୨୩।

ବିଦେଶ ଗମନେ ସର୍ବାଙ୍ଗୋନ୍ନତି

 

ଦେଶର ଅଭାବ କରୁଛି ପୂର୍ତ୍ତି

 

ସ୍ଵାଧୀନ ମୁଦ୍ରଣ ଯନ୍ତ୍ରର ଫଳେ

 

ରାଜନୀତି ସର୍ବ ଜ୍ଞାନ ପ୍ରଚରେ

 

ରହି ଏବେ ଶିଷ୍ୟ ପଦେ

 

ନାନା ଦେଶ ଜ୍ଞାନ ନିଜସ୍ୱ କରୁଛି ସମ୍ବାଦ ପତ୍ର ପ୍ରସାଦେ

।୨୪।

ସର୍ବତ୍ର ସ୍ଥାପିତ ଔଷଧାଳୟ

 

ଦୂର୍ଦମ୍ୟ ରୋଗ କରୁଅଛିକ୍ଷୟ

 

ପ୍ରାଚ୍ୟ ପ୍ରତିତ୍ୟ ଭେଷଜ ବ୍ୟବସ୍ଥା

 

ସାଧୁଛି ଜାତିର କି ଆରୋଗିତା

 

ବ୍ରିଟନସେନା ସାହାସ

 

ଆବର ନୌସେନା ଭାରତେ ରଖିଛି ଦୂରେ ବହି ଶତ୍ରୁତ୍ରାସ

।୨୫।

ସରଳ ଅନ୍ତରେ କରୁ କାମନା

 

ମହାରାଣୀଙ୍କର ପୌତ୍ର ସୁମନା

 

ବିଜେ କରୁଛନ୍ତି ମେରିଙ୍କ ସହିତେ

 

ଯେହୁ ମାତାସ୍ଵରୁପା ପ୍ରଜାଙ୍କ ହିତେ

 

ଉଠଇ ହୃଦେ ଉଲ୍ଲାସି

 

ପାଇ ଉଭୟଙ୍କୁ ପିତା ମାତାଙ୍କର ଭାରତ ଜନନୀ ହସି

।୨୬।

ସୁଦୀର୍ଘ ଜୀବନ କରନ୍ତୁ ଲାଭ

 

କରନ୍ତୁ ଶାଶନ ହୋଇ ସୁପ୍ରଭ

 

ବିଭୁଙ୍କ କଳ୍ପାଣ ଭୁଞ୍ଜନ୍ତୁ ସର୍ବ

 

ପ୍ରଜାସୁଖେ ସଦା କରନ୍ତୁ ଗର୍ବ

 

ଅକ୍ଷୟ ରହୁ କୀରତି

 

କରୁଅଛୁ ସାୟଂ ପ୍ରାତଃ ଅହୋରାତ୍ର ବିଭୁଙ୍କ ପଦେ ବିନତି

।୨୭।

କରନ୍ତୁ ଭାରତ ଇଚ୍ଛା ପୂରଣ,

 

ସଭ୍ୟ ଜଗତରେ ଲଭୁ ଆସନ

 

ଲେଖା ହେଉ ଏହା କାଳ ବକ୍ଷରେ ସର୍ବଦା

 

ରାଜିବ ଅମରାକ୍ଷରେ ବ୍ରିଟନର ଗଉରବ

 

ପୋଷୁଥିବ କାଳ ନିତ୍ୟ ମୁକ୍ତକଣ୍ଠେ ବ୍ରିଟିଶ ଉଦାରଭାବ

୨୮।